ସଞ୍ଜୀବ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କିଙ୍ଗଫିସର୍ ଷ୍ଟ୍ରଙ୍ଗ ଇଲେଭେନ୍ ଚମ୍ପିୟାନ

କଲମପୁର: ଥୁଆମୂଳ ରାମପୁର ସ୍ଥିତ ଖଣ୍ଡୁଆଳ ବାବା ଖେଳ ପଡିଆରେ ଅନୁଷ୍ଠିତ ସଞ୍ଜୀବ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କିଙ୍ଗଫିସର୍ ଷ୍ଟ୍ରଙ୍ଗ ଇଲେଭେନ୍ ଚମ୍ପିୟାନ ହୋଇଛି । ଦୀର୍ଘ ୧୧ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଟିମ୍ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ କିଙ୍ଗଫିସର୍ ଷ୍ଟ୍ରଙ୍ଗ ଥୁଆମୂଳ ରାମପୁର ଓ ଆଇ.ଆର୍.ବି ଥୁଆମୂଳ ରାମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଇ.ଆର.ବି ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮ ଓ୍ବିକେଟ ବିନିମୟରେ ୯୩ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇ ପାରିଥିଲା । ୯୪ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇ ଥିଲା କିଙ୍ଗଫିସର୍ ଷ୍ଟ୍ରଙ୍ଗ ଦଳ। ଏକ ରୋମାଞ୍ଚକାରୀ ମ୍ୟାଚର ଶେଷ ଓଭରର ଗୋଟିଏ ବଲ୍ ପୂର୍ବରୁ ୮ ଓ୍ବିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା କିଙ୍ଗଫିସର୍ ଷ୍ଟ୍ରଙ୍ଗ ଦଳ। ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ଉପସଭାପତି ଧନୁ ଗହୀର, ସମ୍ମାନିତ ଅତିଥି ଭାବରେ ବାବା ଅଲି ଖାଁ ଓ ଥୁଆମୂଳ ରାମପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଦ୍ରୌପଦୀ ମାଝୀ ଓ ରାଧେକୃଷ୍ଣ ଧଙ୍ଗଡାମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଛୋଟୁ ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିବା ବେଳେ ତାଙ୍କୁ ଏକ ମୋବାଇଲ ପ୍ରଦାନ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିବା କିଙ୍ଗଫିସର୍ ଷ୍ଟ୍ରଙ୍ଗ ଦଳକୁ ମୁଖ୍ୟ ଅତିଥି ଶ୍ରୀ ଗହୀରଙ୍କ ଦ୍ଵାରା ଚମ୍ପିୟାନ ଟ୍ରଫି ସହିତ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଉପବିଜେତା ଭାବରେ ଆଇ.ଆର୍.ବି ଦଳକୁ ଟ୍ରଫି ସହିତ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ଖେଳାଳି ଶ୍ରୀ ତେଜା ମ୍ୟାନ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ତାଙ୍କ ଉତ୍ତମ ଖେଳ ପାଇଁ ଗୋଟିଏ ମୋବାଇଲ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ରାଜୁ ମୋବାଇଲ ଥୁଆମୂଳ ରାମପୁର ତରଫରୁ ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ସିରିଜର ଦୁଇଗୋଟି ମୋବାଇଲ ପ୍ରଦାନ କରାଯାଇଥିଲା।

Comments are closed.