ରଘୁନାଥଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ; କୁଶପଙ୍ଗି ଚମ୍ପିୟାନ

ବାଙ୍କୀ : ସରଣ୍ଡାଗଡ ଅଧିନ ଉସ୍ତିଆ ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁପୁର କ୍ରିକେଟ ପଡିଆରେ ଆୟୋଜିତ ରଘୁନାଥଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ଆଠଗଡ ମେଘାଦାସପୁର ଏବଂ ଡମପଡା ବ୍ଲକ କୁଶପଙ୍ଗି କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିତି ମେଘାଦାସପୁର ୧୫ ଓଭରରେ ୧୨୯ରନ କରିଥିବା ବେଳେ ଜବାବରେ କୁଶପଙ୍ଗି ନିର୍ଦ୍ଧାରିତ ଓଭର ଖେଳି ୧୩୦ରନ ସଂଗ୍ରହ କରି ବିଜୟୀ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଗ୍ରାମାଞ୍ଚଳର ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳର ଚମ୍ପିୟାନ କୁଶପଙ୍ଗି ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିବା ସମୟରେ ମେଘାଦାସପୁର ରନର୍ସଅଫ୍ ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସମାଜସେବୀ ଆର୍ତ୍ତବନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବରେ ଗ୍ରାମ ସଭାପତି ତ୍ରିଲୋଚନ ମହାପାତ୍ର ଏବଂ ପ୍ରଦୀପ କୁମାର ନାୟକ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସଂଘ ସଭାପତି ଶ୍ରୀଲନ କୁମାର ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା। ପ୍ରିୟବ୍ରତ ପ୍ରଧାନ ଏବଂ ପର୍ଶୁରାମ ରାଉତ କ୍ରୀଡା ପରିଚାଳନା କରିଥିବା ସମୟରେ ଶ୍ରୀକାନ୍ତ ମହାନ୍ତି ସ୍କୋରର ଦାୟିତ୍ୱ ନେଇଥିଲେ। ରଘୁନାଥଜୀଉ କ୍ରିକେଟ କ୍ଲବର ସଦସ୍ୟ ସୌରଭ ରଞ୍ଜନ ପ୍ରଧାନ, ହିମାଦ୍ରି ମହାନ୍ତି, ଅଶ୍ୱିନୀ ପ୍ରଧାନ, ସୁବ୍ରତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Comments are closed.