ଖେଳାଳିଙ୍କ ମାନସିକ ସୁସ୍ଥତା ନିହାତି ଆବଶ୍ୟକ: କୋହଲି

ଇଂଲଣ୍ଡ ଗସ୍ତରେ ଗଲା ଭାରତୀୟ କ୍ରିକେଟ୍‌ ଦଳ

ମୁମ୍ବଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଏବଂ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଗୁରୁବାର ଭୋର୍‌ରୁ ଭାରତୀୟ ଦଳ ସ୍ବତନ୍ତ୍ର (ଚାର୍ଟର) ବିମାନରେ ଇଂଲଣ୍ଡ ଯାତ୍ରାକରିଛି। ଏହା ପୂର୍ବରୁ ଦଳର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ଏହି ଗସ୍ତର ବିଭିନ୍ନ ଦିଗ ଉପ​‌େ​‌ର ତାଙ୍କ ମତପୋଷଣ କରିଥିଲେ। ଏହା ପ୍ରାୟ ସାଢ଼େ ୩ ମାସର ଗସ୍ତ ହେଉଥିବାରୁ ଭାରତୀୟ ଖେଳାଳିଙ୍କ ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତାର ଧ୍ୟାନରଖିବା ଆବଶ୍ୟକ ବୋଲି କୋହଲି କହିଛନ୍ତି। ଜୁନ୍ ୨୨ରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ସରିବାର ପ୍ରାୟ ୬ ସପ୍ତାହ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଅଗଷ୍ଟ ୪ରୁ ୬ ସପ୍ତାହ ମଧ୍ୟରେ ୫ଟି ଟେଷ୍ଟମ୍ୟାଚ୍‌ ଖେଳାଯିବ।

ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି କହିଛନ୍ତି, ଖେଳାଳିଙ୍କ ମାନସିକ ସୁସ୍ଥତା ପ୍ରସଙ୍ଗ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦେଖିବାକୁ ମିଳିବ। ୬ ସପ୍ତାହରେ ୫ଟି ଟେଷ୍ଟମ୍ୟାଚ୍ ଖେଳିବା କୌଣସି ମଜାକଥା ନୁହେଁ। ଏମିତିକି ସବୁଠାରୁ ଫିଟ୍‌ ଖେଳାଳି ମଧ୍ୟ ବିଶ୍ରାମ ଆବଶ୍ୟକ କରିବେ। ଶାରୀରିକ ସୁସ୍ଥତା ଅପେକ୍ଷା ମାନସିକ ସୁସ୍ଥତା ଅଧିକ ପ୍ରାସଙ୍ଗିକ। ଦୀର୍ଘଦିନ ସମାନ ଜିନିଷ କରିବା ଖେଳାଳିଙ୍କୁ ମାନସିକ ଭାବେ କ୍ଷତି ପହଞ୍ଚାଇଥାଏ। ପୁଣି ତୁମେ ଯଦି ଭଲ ପ୍ରଦର୍ଶନ କରିନଥିବ; ମାନସିକ ସୁସ୍ଥତା ହାସଲ କରିବା ବହୁତ କଷ୍ଟକର। ଏବେ କରୋନା ମହାମାରୀ ଚାଲିଥିବା ଯୋଗୁଁ ଖେଳାଳିଙ୍କୁ ପାଳିକରି ଖେଳାଇବା ଏବଂ କିଛି ମ୍ୟାଚ୍‌ରୁ ବିଶ୍ରାମ ଦେବାର ଯୋଜନା ରହିଛି। ଫଳରେ ଖେଳାଳି ଲୟରେ ରହିପାରିବେ। ପୁଣି ଖେଳାଳି କେବଳ ପଡ଼ିଆକୁ ଯାଇ ହୋଟେଲକୁ ଫେରିବେ। ସାଢ଼େ ୩ ମାସ ଧରି ଏହା କରିବା କାହା ପକ୍ଷରେ ସହଜ ନୁହେଁ। ଏହା ଖେଳାଳିଙ୍କୁ ମାନସିକ ଚାପ ଦେଇଥାଏ। କ୍ରିକେଟ୍‌କୁ ଭୁଲି ବାହାରେ ବୁଲାବୁଲ କରିବାର ସ୍ବାଧୀନତା ମଧ୍ୟ ନାହିଁ। ଆମକୁ ନିୟମ ମାନି ଖେଳିବାକୁ ପଡ଼ିବ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ପରେ ମାସାଧିକ ସମୟ ପ​‌େ​‌ର ଟେଷ୍ଟ ସିରିଜ୍ ଖେଳିବାର ଥିବାରୁ ଏହାକୁ ଅନେକ ବ୍ୟକ୍ତି ବିରୋଧ କରିଛନ୍ତି। ହେଲେ ଅଧିନାୟକ କୋହଲି ଓ ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହା ସପକ୍ଷରେ ଅଛନ୍ତି। ଏହି ସମୟରେ ଖେଳାଳି ନ ଖେଳି ମାନସିକ ଭାବେ ତାଜା ରହିପାରିବେ। ଭାରତର ଇଂଲଣ୍ଡ ଗସ୍ତ ସମୟରେ ଭାରତର ସୀମିତ ଓଭର ଦଳ ଶ୍ରୀଲଙ୍କାରେ ଧଳା ବଲ୍ କ୍ରିକେଟ୍‌ ଖେଳିବାର ଥିବାରୁ କୋହଲି ଏହାକୁ ସ୍ବାଗତ କରିଛନ୍ତି।

Comments are closed.