ଜିମ୍ବାୱେ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳର ୪ଖେଳାଳି କରୋନା ସଂକ୍ରମିତ

ବାର୍ବାଡୋସ : ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ ଲାଗି ଘୋଷିତ ଜିମ୍ବାୱେ ଦଳର ୪ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। ବିଶ୍ବକପ ପୂର୍ବରୁ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳ ଆୟର୍ଲାଣ୍ଡ ସହିତ ମ୍ୟାଚ ଖେଳିଥିଲା। ୱେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ସୋମବାର ଜିମ୍ବାୱେ ଖେଳାଳିମାନଙ୍କ ଆରଟିପିସିଆର ପରୀକ୍ଷା କରାଯାଇଥିଲା। ଏଥିରେ ୪ ଖେଳାଳି କରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି। ଏ ନେଇ ଜିମ୍ବାୱେ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖେଳାଳିମାନେ ୱେଷ୍ଟଇଣ୍ଡିଜ୍‌​‌େ​‌୍ର ପହଞ୍ଚି ସଙ୍ଗରୋଧରେ ରହିଛନ୍ତି। ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ ଆରମ୍ଭ ପୂର୍ବରୁ ଜିମ୍ବାୱେ କ୍ରିକେଟ ଦଳ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଏହା ପୂର୍ବରୁ ଖେଳାଳିମାନଙ୍କ କରୋନା ପରୀକ୍ଷା କରାଯିବ ବୋଲି ଆୟୋଜକ କ୍ରିକେଟ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ସ୍ପ​‌ଷ୍ଟ କରାଯାଇଛି।

Comments are closed.