ଆଇପିଏଲ୍‌ରେ ଧୋନିଙ୍କ ପ୍ରଦର୍ଶନ ଉପରେ ନଜର ରହିଛି: ଶାସ୍ତ୍ରୀ

ନୂଆଦିଲ୍ଲୀ : ବରିଷ୍ଠ ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନି ଭବିଷ୍ୟତରେ ଭାରତୀୟ ଦଳକୁ ଫେରିବେ କି ନାହିଁ ସେଥିନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶାସ୍ତ୍ରୀ କହିଥିଲେ ଧୋନି କେବେ କ୍ରିକେଟ୍‌ରୁ ସନ୍ନ୍ୟାସ ନେବେ ତାହା ବର୍ତ୍ତମାନ ଠାରୁ କୁହାଯାଇ ପାରିବ ନାହିଁ। ତେ​‌େ​‌ବ ଆଗାମୀ ଆଇପିଏଲ୍‌ରେ ଧୋନି କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଧୋନି ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କଲେ ଭାରତୀୟ ଟ୍ବେଣ୍ଟି୨୦ ଦଳକୁ ଫେରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଶାସ୍ତ୍ରୀ କହିଛନ୍ତି। ଶାସ୍ତ୍ରୀ ଆହୁରି କହିଥିଲେ ଧୋନି ଏପରି ଜଣେ କ୍ରିକେଟର୍‌ ତାଙ୍କୁ ବିଶେଷ କିଛି ବୁଝାଇବାକୁ ପଡେ ନାହିଁ। ଯଦି ଧୋନି ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ନ କରନ୍ତି ତେବେ ସେ ହୁଏତ ସନ୍ନ୍ୟାସ ଘୋଷଣା କରିବେ।

Comments are closed.