ଶ୍ରୀଲଙ୍କା ଗସ୍ତ ନିମନ୍ତେ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

0

ନୂଆଦିଲ୍ଲୀ : ସେପ୍ଟେମ୍ବରରେ ଶ୍ରୀଲଙ୍କା ଗସ୍ତରେ ଯାଇ କ୍ରିକେଟ୍‍ ସିରିଜ୍‍ ଖେଳିବା ନିମନ୍ତେ ଗୁରୁବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଶ୍ରୀଲଙ୍କା ଗସ୍ତରେ ଯାଇ ଭାରତୀୟ ମହିଳା ଦଳ ୩ଟି ଦିନିକିଆ ଓ ୫ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ମିତାଲି ରାଜ୍‍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍‍ ଗଲ୍‍ରେ ସେପ୍ଟେମ୍ବର ୧୧ ଓ ୧୩ରେ ଖେଳିବ। ତୃତୀୟ ଦିନିକିଆ ମ୍ୟାଚ୍‍ କାଟୁନାୟକେରେ ସେପ୍ଟେମ୍ବର ୧୬ରେ ଖେଳାଯିବ। ସେହିପରି ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍‍ କାଟୁନାୟକେରେ ସେପ୍ଟେମ୍ବର ୧୯ରେ ଖେଳାଯିବା ପରେ ପରବର୍ତ୍ତୀ ୩ଟି ମ୍ୟାଚ୍‍ କଲମ୍ବୋରେ ସେପ୍ଟେମ୍ବର ୨୧, ୨୨ ଓ ୨୪ରେ ଖେଳାଯିବ। ୫ମ ଟ୍ୱେଣ୍ଟି୨୦ ମ୍ୟାଚ୍‍ କାଟୁନାୟକେରେ ୨୫ରେ ଖେଳାଯିବ।
ଦିନିକିଆ ଦଳ: ମିତାଲି ରାଜ୍‍ (ଅଧିନାୟିକା), ହରମନ୍‍ପ୍ରୀତ କୌର (ଉପଅଧିନାୟିକା), ସ୍ମୃତି ମାନ୍ଧାନା, ପୁନମ ରାଉତ୍‍, ଦୀପ୍ତି ଶର୍ମା, ଡି.ହେମଲତା, ଜେମିମା ରୋଡ୍ରିଗେଜ୍‍, ବେଦା କ୍ରିଷ୍ଣମୂର୍ତ୍ତି, ତାନ୍ୟା ଭାଟିଆ (ୱିକେଟରକ୍ଷକ), ଏକତା ବିଷ୍ଟ, ପୁନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍‍, ଝୁଲଣ ଗୋସ୍ୱାମୀ, ମାନସୀ ଯୋଷୀ, ଶିଖା ପାଣ୍ଡେ।
ଟ୍ୱେଣ୍ଟି୨୦ ଦଳ: ହରମନ୍‍ପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ମିତାଲି ରାଜ୍‍, ବେଦା କ୍ରିଷ୍ଣମୂର୍ତ୍ତି, ଜେମିମା ରୋଡ୍ରିଗେଜ୍‍, ଡି. ହେମଲତା, ଦୀପ୍ତି ଶର୍ମା, ଅନୁଜା ପଟେଲ୍‍, ତାନ୍ୟା ଭାଟିଆ (ୱିକେଟରକ୍ଷକ), ପୁନମ ଯାଦବ, ଏକତା ବିଷ୍ଟ, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡି, ଶିଖା ପାଣ୍ଡେ, ମାନସୀ ଯୋଷୀ।

Leave A Reply