ବୋମା ଭିଡୁଥିବା ବେଳେ ବିସ୍ପୋରଣ; ଜଣେ ମୃତ ଓ ଦୁଇ ଆହତ

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ଭୀମପୁର ଗ୍ରାମରେ ବଡ଼ ଧରଣର ଅଘଟଣ ଘଟିଛି। ବୋମା ଭିଡୁଥିବାବେଳେ ବିସ୍ପୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭୀମପୁର ଗ୍ରାମର ବୁଲୁ ମଳିକ ଓ ଆହତ ଦୁଇ ଜଣ ହେଲେ ଭୀମପୁର ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ ମାଝୀ। ଆହତମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠାଯାଇଛି। ବଡ଼ଗଡ଼ ପୁଲିସ ଘଟଣାରେ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛି।

Comments are closed.