ସିପିଏମ ଆଣିଲା ଅନାସ୍ଥା ପ୍ରସ୍ତାବ ନୋଟିସ

0

ନୂଆଦିଲ୍ଲୀ : ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ଓ କଂଗ୍ରେସ ପରେ ବର୍ତ୍ତମାନ ସିପିଏମ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଆଣିଛି। ମଙ୍ଗଳବାର ଲୋକସଭାରେ ଦଳୀୟ ନେତା ପି.କରୁଣାକରନ ଲୋକସଭା ସଚିବାଳୟରେ ଏହି ନୋଟିସ ଦାଖଲ କରିବା ସହ ଏହାକୁ ଆଲୋଚନା ତାଲିକାଭୁକ୍ତ କରିବାକୁ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ନିବେଦନ କରିଛନ୍ତି। ଏନଡିଏ ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧୀ ଦଳଗୁଡିକ ଏଭଳି ଅନାସ୍ଥା ପ୍ରସ୍ତାବ ନୋଟିସ ଆଗତ କରୁଛନ୍ତି। ବିଗତ କିଛି ଦିନ ଧରି ଗୃହରେ ହଟ୍ଟଗୋଳ ଲାଗି ରହିଥିବାରୁ ସଂସଦ ମୁଲତବୀ ହେବାସହିତ ଆଗରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ଆଲୋଚନା ହୋଇପାରୁନାହିଁ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ କେନ୍ଦ୍ର ଅଗ୍ରାହ୍ୟ କରିବାପରେ ଟିଡିପି ଓ ୱାଇଏସଆର କଂଗ୍ରେସ ପ୍ରଥମେ ଅନାସ୍ଥା ପ୍ରସ୍ତାବ ନୋଟିସ ଆଣିଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସ ମଧ୍ୟ ଏହି ତାଲିକାରେ ନିଜକୁ ସାମିଲ କରିଥିଲା।

Leave A Reply