ବଜବଜିଆ ରୋଗରେ ଗାଈବଳଦଙ୍କ ମୃତ୍ୟୁ

ପାଟଣା: ପ୍ରାଣୀ ସମ୍ପଦ ବିଭାଗର ଦାୟିତ୍ୱହୀନତା ଯୋଗୁଁ ପାଟଣା ଥାନା ଅଞ୍ଚଳରେ ବଜବଜିଆ ରୋଗରେ କେତେକ ଗାଈ ଓ ବଳଦ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ଦୁର୍ଯ୍ୟୋଧନ ମହାନ୍ତ, ଫକୀର ମହାନ୍ତ, ଭାଗିରଥି ମହାନ୍ତ, କରୁଣା ମହାନ୍ତ ଙ୍କର ଗୋଟିଏ ଲେଖାଏଁ ଗାଈ ବଳଦ ବଜବଜିଆ ରୋଗରେ ମୃତ୍ୟୁ ଘଟିଛି । ଗତକାଲି ଠାରୁ ଗ୍ରାମର ଶରତ ମାହନ୍ତଙ୍କ ଗାଈଟି ବଜବଜିଆ ରୋଗରେ ଗୁରୁତର ହୋଇପଡିଛି । ଏ ନେଇ ଲୋକେ ବଡବିଲ ପ୍ରାଣୀ ଚିକିତ୍ସାଳୟ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ପାଉ ନ ଥିବା ଅଭିଯୋଗ ଆଣିଥିବାରୁ କର୍ତ୍ତୃପକ୍ଷ ଘଟଣା ପ୍ରତି ନଜର ଦେବାକୁ ଦାବି ହୋଇଛି ।

Comments are closed.