କୋ-ୱିନ ଆପ୍‌ ଅପ୍‌ଗ୍ରେଡେସନ୍‌ : ଶନି ଓ ରବିବାର ଟିକାକରଣ ବନ୍ଦ

ନୂଆଦିଲ୍ଲୀ : ଫେବୃଆରୀ ୨୭ (ଶନିବାର) ଓ ୨୮ ତାରିଖ (ରବିବାର) ଦୁଇଦିନ ପାଇଁ ଦେଶରେ କରୋନା ଟିକାକରଣ ଅଭିଯାନକୁ ବନ୍ଦ ରଖାଯିବ। କୋ-ୱିନ ଡିଜିଟାଲ ପ୍ଲାଟଫର୍ମକୁ କୋ-ୱିନ ୧.୦ରୁ କୋ-ୱିନ ୨.୦କୁ ଅପଗ୍ରେଡେସନ ଲାଗି ଆଇଟି ସିଷ୍ଟମ୍ ଟ୍ରାଞ୍ଜିସନ କରାଯିବାକୁ ଥିବାରୁ ଏହି ଦୁଇଦିନ ଟିକାକରଣ ବନ୍ଦ ରହିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। କୋ-ୱିନ ୨.୦ ଆପ୍‌ ମାଧ୍ୟମରେ ବରିଷ୍ଠ ନାଗରିକ ଓ ଗୁରୁତର ରୋଗରେ ପୀଡିତ ୪୫ବର୍ଷରୁ ଅଧିକ ବୟସ୍କ ଲୋକ ଟିକାକରଣ ନିମନ୍ତେ ନିଜ ନାମ ପଞ୍ଜୀକରଣ କରିବେ। ଶୁକ୍ରବାର ସୁଦ୍ଧା ଦେଶରେ ୧କୋଟି ୩୪ଲକ୍ଷ ହିତାଧିକାରୀ କରୋନା ଟିକା ନେଇଛନ୍ତି।

Comments are closed.