ଗୋରୁ ବୋଝେଇ ଭ୍ୟାନ ଜବତ ; ୨ ଅଟକ

ସାକ୍ଷୀଗୋପାଳ : ରାଜଧାନୀ ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ୧୮ଟି ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ଏହି ଗାଡ଼ିକୁ ବଜରଙ୍ଗ ଦଳ ମଞ୍ଚେଶ୍ବର ଥାନା ପୁଲିସ ସହାୟତାରେ ପଳାଶୁଣି ଛକ ନିକଟରେ ଅଟକାଇଥିଲେ। ଅତି ଅମାନବୀୟ ଭାବେ ଗୋରୁଙ୍କ ଗୋଡ ହାତ ବାନ୍ଧି ଛୋଟ ଭ୍ୟାନରେ ନିଆ ଯାଉଥିଲା । ସାକ୍ଷୀଗୋପାଳରୁ ରାତି ଅଧରେ ଭଦ୍ରକ ଚାଲାଣ ହେଉଥିବା ୧୮ଟି ଗୋରୁ ବୋଝେଇ ଗାଡିରୁ ଗୋରୁଙ୍କୁ କଟକ ନୂଆ ବଜାର ସ୍ଥିତ ଗୋଶାଳାରେ ଛଡା ଯାଇଛି । ଏହାସହ ସମ୍ପୃକ୍ତ ଘଟଣାରେ ୨ ବେପାରୀଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଅଟକ ରଖିଛି ।ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.