କୋଲକାତା ଚାଲାଣ ବେଳେ ୪ ଗୋରୁ ବୋଝେଇ କଣ୍ଟେନର ଜବତ

0

ଅନୁଗୁଳ: ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ସିନ୍ତିରି ନିକଟରୁ ବୁଧବାର ଗୋରୁ ବୋଝେଇ ୪ଟି କଣ୍ଟେନର ଜବତ ହୋଇଛି। ଗାଡ଼ି ଗୁଡ଼ିକରୁ ୧୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଆଠମଲ୍ଲିକରୁ କୋଲକାତା ଚାଲାଣ କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ସିନ୍ତିରିଠାରେ ଚଢ଼ାଉ କରି ଗାଡ଼ିଗୁଡ଼ିକୁ ଅଟକ ରଖିଥିଲା। ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ନିଆଯାଉଥିବା ଦେଖାଯାଇଥିଲା।

Leave A Reply