କୂଅରୁ ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପାଟଣା: ପାଟଣା ବ୍ଲକ୍ ଅନ୍ତର୍ଗତ ମଲିପଶି ଗ୍ରାମର ପବନା ମହାନ୍ତଙ୍କ ଗଭୀର କୂପରେ ଆଜି ଅପରାହ୍ନରେ ଏକ ଗାଈ ଖସି ପଡିଥିଲା। ସ୍ଥାନୀୟ ଲୋକେ ଗାଈଟିକୁ ଉଦ୍ଧାର କରିବାରେ ବିଫଳ ହେବାପରେ ପାଟଣା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଅଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ଗାଈଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡିଛି।