ଆଠ ଘଣ୍ଟା ପରେ ନାଳ ଭିତରୁ ଉଦ୍ଧାର ହେଲା ବୁଲା ଗାଈ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସି ସ୍ଥିତ ୫୩ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପତି ଫେନ୍ସି ଷ୍ଟୋର ସମ୍ମୁଖରେ ରହିଛି ଅର୍ଦ୍ଧନିର୍ମିତ ସରକାରୀ ଡ୍ରେନ। ସକାଳ ୭ଟାରୁ ଏକ ଗାଈ ଏହି ଡ୍ରେନ ଭିତରେ ପଡିଯାଇଥିଲା। ଅଶୋକ ୱିଲକାନ ନିର୍ମାଣ ସଂସ୍ଥା ଦ୍ଵାରା ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଥିବା ଡ୍ରେନ ଗୁଡ଼ିକରେ ଅନେକ ପଶୁପକ୍ଷୀଙ୍କ ଜୀବନ ନେଉଥିବା ବେଳେ ଡ୍ରେନରେ ପାଣି ନିଷ୍କାସିତ ହୋଇପାରୁ ନଥିବାରୁ ତାହା ଜମି ଯାଇ ଦୁର୍ଗନ୍ଧରେ ଫାଟି ପଡୁଛି। ଏହି ନାଳରେ ଗାଈଟି ଅଣନିଃଶ୍ବାସୀ ହୋଇ ପଡ଼ିଥିଲା। ଫେନସି ଷ୍ଟୋରର ମାଲିକ ଅନନ୍ତ ପତି ୯ଟାରେ ଦୋକାନ ଖୋଲିବାକୁ ଆସିବା ବେଳେ ନାଳାରେ ଫସି ରହିଥିବା ଗାଈର ଶବ୍ଦ ଶୁଣି ନଳା ଫାଙ୍କା ଦେଇ ଦେଖିଥିଲେ ଗାଈଟିକୁ। ଏହାପରେ ସେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ମେଥଡ଼ିଅସ ମାଘି, ରଞ୍ଜିତ ନାଏକ, କାର୍ତ୍ତିକ ସେଠ, ରାମପ୍ରସାଦ ଭୋଇ ଓ ଅନ୍ୟ କର୍ମଚାରୀମାନେ ପହଞ୍ଚି ଗାଈକୁ ଉଦ୍ଧାର କରିବାର ପ୍ରୟାସ କରିଥିଲେ। ଦୀର୍ଘ ଘଣ୍ଟାଏ କାଳ ପରେ ବହୁ କଷ୍ଟରେ ଗାଈକୁ ଉଦ୍ଧାର କରାଯାଇଥିଲା ।

Comments are closed.