ଗୋରୁ ବୋଝେଇ ୩ ଟ୍ରକ ଅଟକ

0

ଜଳେଶ୍ଵର: ଗୋଚାଲାଣ ହେଉଥିବାବେଳେ ୩ଟି ଗୋରୁ ବୋଝେଇ ଟ୍ରକକୁ ବାଲେଶ୍ଵର ଜିଲା ଜଳେଶ୍ଵର ଅନ୍ତର୍ଗତ ଚାଲନ୍ତିଠାରେ ଅଟକ ରଖାଯାଇଛି। ସ୍ଥାନୀୟ ଲୋକେ ଗାଡ଼ିଗୁଡ଼ିକୁ ଅଟକ ରଖିଥିବା ସୂଚନା ମିଳିଛି। ୩ଟି ଟ୍ରକରେ ପାଖାପାଖି ୩୦୦ ଗୋରୁ ରହିଛନ୍ତି।  ଏହି ଗୋରୁଙ୍କୁ ବେଆଇନ ଭାବେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଜଣାପଡ଼ିଛି। ସେହିପରି ବାଇଗଣବାଡ଼ିଆ ଛକରେ ଏକ ଗୋରୁ ବୋଝେଇ ଅଟୋକୁ ଅଟକ ରଖାଯାଇଛି। ଗୋରୁ ନେଇ ଯାଉଥିବା ୨ଜଣ ବ୍ୟକ୍ତିଙ୍କୁ ମଧ୍ୟ ଲୋକେ ଅଟକ ରଖିଛନ୍ତି।

Leave A Reply