ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ଗୋରୁ ମୃତ

ନୀଳଗିରି : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୋମବାର ୧୦ ଗୋରୁଙ୍କ ମୃତ୍ୟୁ ହୋଇଛି। ନୀଳଗିରି ଅନ୍ତର୍ଗତ ଓଲଡ଼ଙ୍ଗା ଗାଁ ନିକଟ ଚାଷ ଜମିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ୧୧ କେଭରି ବିଦ୍ୟୁତ ତାର ଛିଣ୍ଡିପଡ଼ିଥିଲା। ଗୋରୁମାନେ ସେଠାରେ ଚରିବା ସମୟରେ ତାର ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

Comments are closed.