୪୦ କିଲୋ ଗୋମାଂସ ସହ ୫ ଗିରଫ, କରିଥିଲେ ଗୋହତ୍ୟା

0

ଅଲୱର: ରାଜସ୍ଥାନ ଅଲୱରସ୍ଥିତ ଆମ୍ବେଦକର ନଗର ଅନ୍ତର୍ଗତ ଗୋବିନ୍ଦଗଡ଼ ଥାନା ଅଞ୍ଚଳରେ ୪ ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଗୋମାଂସ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪୦ କିଲୋ ଗୋମାଂସ ଜବତ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ୍‍ ପକ୍ଷରୁ ସୂଚନା ଦିଆଯାଇଛି ଯେ ଗିରଫ ମହିଳା ଓ ପୁରୁଷଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସେମାନେ ଗୋହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ସେମାନଙ୍କ ନିକଟରୁ ଜବତ ମାଂସକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ଅଲୱରଠାରେ ଜଣେ ବ୍ୟକ୍ତିଙ୍କୁ ଗୋ ଚୋରାଚାଲଣ ସନ୍ଦେହରେ ଲୋକମାନେ ପିଟି ପିଟି ମାରି ଦେଇଥିଲେ।

Leave A Reply