ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ଗୋରୁ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି। ପଶ୍ଚିମବଙ୍ଗରୁ ବେଆଇନ ଗୋ ଚାଲାଣ ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରେ ପ୍ରାୟ ୧୦୦ଟି ଗାଈ ଥିଲେ। ଦୁର୍ଘଟଣା ପରେ ଜୀବିତ ଥିବା ଗାଈମାନଙ୍କୁ ଲୋକେ ଚୋରି କରି ନେଇଥିବା ସୂଚନା ମିଳିଛି।

Comments are closed.