୪ ମହାନଗରକୁ ଗଲା ୧ଲକ୍ଷ କୋଭିସିଲଡ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦେବା ପାଇଁ ହୋଇଥିବା ଘୋଷଣା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ମହାନଗରକୁ ୧ଲକ୍ଷ କୋଭିସିଲଡ ଟିକା ରବିବାର ପ୍ରଦାନ କରାଯାଇଛି। ସେଥିମଧ୍ୟରେ କଟକକୁ ସର୍ବାଧିକ ୩୨ହଜାର ୮୦୦ ପାନ ଟିକା ଯାଇଥିବାବେଳେ ବ୍ରହ୍ମପୁରକୁ ୧୯ହଜାର, ରାଉରକେଲାକୁ ୨୭ହଜାର ୩୦୦ ଏବଂ ସମ୍ବଲପୁରକୁ ୨୦ହଜାର ୯୦୦ ପାନ ଟିକା ଯାଇଛି। ଆସନ୍ତା ଦୁଇଦିନ ମଧ୍ୟରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ। ଏଥିପାଇଁ ଜିଲାପାଳ, ମହାନଗର ଆୟୁକ୍ତ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଛି।

ପୂର୍ବାହ୍ନ ୮ଟାରୁ ୧ଟା ମଧ୍ୟରେ ଏହି ବର୍ଗଙ୍କୁ ଟିକାକରଣ କରାଯିବ। ତେବେ ଏହାପୂର୍ବରୁ ଯେଉଁମାନେ ‘କୋ-ୱିନ୍‍’ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବେ ସେମାନଙ୍କୁ ହିଁ ଏହି ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏବେ ରାଜ୍ୟ ସରକାରଙ୍କ ହାତରେ ଏହି ଟିକାକୁ ବାଦ୍‍ ଦେଲେ ୧ଲକ୍ଷ ୬ହଜାର ୨୮୦ କୋଭାକ୍ସିନ୍‍ ନିଜସ୍ୱ ଟିକା ସହିତ ଭାରତ ସରକାରଙ୍କ ପ୍ରଦତ୍ତ ୨ଲକ୍ଷ ୬୯ହଜାର ୬୩୦ କୋଭିସିଲଡ ଏବଂ ୩ଲକ୍ଷ ୪୨ହଜାର ୩୦୦ କୋଭାକ୍ସିନ ଟିକା ରହିଛି।

Comments are closed.