ଭୀମଭୋଇ ମେଡ଼ିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ ହେବ କୋଭିଡ୍‌-୧୯ ପରୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟରେ କୋଭିଡ୍‌-୧୯ ନମୁନା ପରୀକ୍ଷଣ ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି। ଏଣିକି ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡ଼ିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ ପରୀକ୍ଷା କରାଯିବ। ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ ପରୀକ୍ଷାଣ ପାଇଁ ଭୁବନେଶ୍ବର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍‌ ସାଇନ୍ସ(ଏମ୍ସ)ର ଅନୁମୋଦନ ମିଳିଛି।

Comments are closed.