ରାଜ୍ୟରେ ପୁଣି ଏକ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ଏକ କରୋନା ଯୋଦ୍ଧାଙ୍କ ମୃତ୍ୟୁ। ବେକାବୁ ହେଉଛି କରୋନା। ଭୁବନେଶ୍ୱରର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଶିଶିର କୁମାର ସେଠୀ କରୋନା ଯୁଦ୍ଧରେ ହାରିଯାଇଛନ୍ତି। କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ଶିଶିର । ସେ ଜଣେ ଭଲ ଅଫିସର ଥିଲେ। ସଦାସର୍ବଦା ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍‌ ଜଣାଶୁଣା ଥିଲେ । ଡ୍ୟୁଟି ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏନେଇ ଭୁବନେଶ୍ୱର ଡିସିପି ପକ୍ଷରୁ ଟ୍ବିଟ୍‌ର ଜରିଆରେ ସୂଚନା ଦେଇଛନ୍ତି । ତାଙ୍କ ପରିବାର ସଦସ୍ୟ ଓ ୩ ଝିଅଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ଆଶ୍ବାସନା ଦିଆଯାଇଛି।

Comments are closed.