କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜଧାନୀର କ୍ୟାପିଟାଲ ହାଇସ୍କୁଲର ଛାତ୍ର କରୋନା ସଂକ୍ରମିତ ହୋଇଥିବା ନେଇ ଗୁରୁବାର ଜଣାପଡିଛି। କ୍ୟାପିଟାଲ ହାଇସ୍କୁଲର ନବମ ଶ୍ରେଣୀର ୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଭୟ ଲାଗି ରହିଥିବା ବେଳେ ସଂକ୍ରମଣ ବଢିବା ଆଶଙ୍କାରେ ୩୭୨ ଛାତ୍ରଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏନେଇ ସ୍କୁଲର ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ପଜିଟିଭ ଛାତ୍ରଙ୍କୁ ସଙ୍ଗରୋଧରେ ରଖାଯାଇଛି। ପଜିଟିଭ ଚିହ୍ନଟ ପରେ କଟକଣାକୁ ପ୍ରତି ଆହୁରି ଦୃଷ୍ଟି ଦେବା ସହ ଶ୍ରେଣୀ ଗୃହକୁ ବିଶୋଧନ କରାଯାଇଛି।

Comments are closed.