ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି କୋଭିଡ ଭ୍ୟାକସିନ

ଗଜପତି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ଗତକାଲି ରାତିରେ କୋଭିଡ ଭ୍ୟାକସିନ ପୁଲିସ ସୁରକ୍ଷା ମଧ୍ୟରେ ଅଣାଯାଇଛି । ଜିଲାରେ ଭ୍ୟାକସିନ ଦେବାପାଇଁ ୬୯୫୩ ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କ ନାମ ପଞ୍ଜୀକୃତ କରାଯାଇଛି। ତେବେ ଗତକାଲି ମୋଟ  ୪୫୦୦ ଢୋଜ ଭ୍ୟାକସିନ ଆସିଛି। ସେଥି ମଧ୍ୟରୁ ଆସନ୍ତା ୧୬ ତାରିଖରେ ୪ ଟି କେନ୍ଦ୍ରରେ ଯଥା – ମୋହନା,ରାୟଗଡା,ଗୁରାଣ୍ଡି ଏବଂ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାରେ ୪୦୦ ଜଣଙ୍କୁ ଟୀକା ପ୍ରଦାନ କରାଯିବ। ପ୍ରତ୍ୟକ କେନ୍ଦ୍ରରେ ୧୦୦ ଜଣଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ସିଡିଏମଓ ଡକ୍ଟର ପ୍ରଦୀପ କୁମାର ପାତ୍ର କହିଛନ୍ତି।

Comments are closed.