ଟିକାର ଜରୁରୀ ବ୍ୟବହାର; ଅନୁମତି ଲୋଡ଼ିଲା ଫାଇଜର

ୱାଶିଂଟନ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଫାଇଜର’ ଦ୍ବାରା ପ୍ରସ୍ତୁତ କରୋନା ଟିକା ୯୫% ସଫଳ ନେଇ ଦାବି କରାଯାଇଛି। ପୂର୍ବରୁ ଏହି ଟିକା ୯୦%ରୁ ଅଧିକ ସଫଳ ଥିବା ଦାବି କରାଯାଇଥିଲା। ଚୂଡାନ୍ତ ପରୀକ୍ଷା ପରେ ଏହି ଟିକା ୯୫% ସଫଳ ବୋଲି କମ୍ପାନୀ ଦାବି କରିଛି। କମ୍ପାନୀ କହିଛି ଯେ ଚୂଡାନ୍ତ ପରୀକ୍ଷାରେ ସାମିଲ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ୩.୮ ପ୍ରତିଶତ କ୍ଲାନ୍ତ ଅନୁଭବ କରିଛନ୍ତି। ଟିକାର ସଫଳତା ପରେ ଏହାର ଜରୁରୀ ବ୍ୟବହାର ନିମନ୍ତେ କମ୍ପାନୀ ଆମେରିକା କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଲୋଡିଛି। ଫାଇଜରର ସିଇଓ ଆଲବର୍ଟ ବୌରଲା କହିଛନ୍ତି ଯେ ୮ମାସର ଗବେଷଣା ପରେ ମିଳିଥିବା ଫଳ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ଟିକାକୁ ଆହୁରି ଆଗକୁ ନେବା ପୂର୍ବକ କରୋନା ମହାମାରୀକୁ ଶେଷ କରିବା ଦିଗରେ ସହାୟକ ହେବୁ। ଫାଇଜର ସହିତ ଜର୍ମାନୀର ବାୟୋଟେକ କମ୍ପାନୀ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି।

Comments are closed.