ବାହାର ଦେଶକୁ କୋଭିଡ ଟିକା ଯୋଗାଣ ଜାରି ରହିବ, ରପ୍ତାନି ଉପରେ ଲାଗୁ ହୋଇନି ନିଷେଧାଜ୍ଞା

ଭାରତ ଏହାର ମିତ୍ରଦେଶଗୁଡ଼ିକୁ କୋଭିଡ ପ୍ରତିଷେଧକ ଯୋଗାଇବା ଜାରି ରଖିବ। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭାରତ ଏପର୍ଯ୍ୟନ୍ତ କୋଭିଡ ପ୍ରତିଷେଧକ ରପ୍ତାନୀ ଉପରେ କୌଣସି ନିଷେଧାଜ୍ଞା ଲାଗୁ କରିନାହିଁ। ଏପର୍ଯ୍ୟନ୍ତ ୭୫ରୁ ଅଧିକ ଦେଶକୁ ଭାରତ ୬୦ନିୟୁତ ଡୋଜ୍‍ କୋଭିଡ ପ୍ରତିଷେଧକ ଯୋଗାଇ ସାରିଛି। ବିଶ୍ୱର ଅନ୍ୟ କୌଣସି ଦେଶ ଏତେ ପରିମାଣର ପ୍ରତିଷେଧକ ରପ୍ତାନୀ କରିନାହିଁ।

ଗତ ଜାନୁଆରୀ ୧୬ତାରିଖରୁ ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଓ ଏହାର ଅଳ୍ପ କିଛିଦିନ ପରେ ଭାରତ ବିଦେଶକୁ ପ୍ରତିଷେଧକ ରପ୍ତାନୀ ଆରମ୍ଭ କରିଥିଲା। ବିଶ୍ୱର ବିଭିନ୍ନ ଦେଶକୁ କୋଭିଡ ପ୍ରତିଷେଧକ ଯୋଗାଇବା ପାଇଁ ଭାରତ ନିଜର ପ୍ରତିଶ୍ରୁତିର ପାଳନ କରିଆସୁଛି।

Comments are closed.