କୋଭିଡ଼ ଟିକାକରଣ, ୮୬ ପ୍ରତିଶତ ଛୁଇଁଲା ସ୍ବାସ୍ଥ୍ୟକର୍ମୀଙ୍କ ହାର

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା କୋଭିଡ଼ ଟିକାକରଣ ସଂଖ୍ୟା ଶୁକ୍ରବାର ସୁଦ୍ଧା ୫ଲକ୍ଷ ଅତିକ୍ରମ କରିଛି। ଏଥି ମଧ୍ୟରେ ୪ ଲକ୍ଷ ୩୩ ହଜାର ୫୮୪ ପ୍ରଥମ ଡୋଜ ଟିକା ନେଇଥିବା ଅବଶିଷ୍ଟ ୬୮ ହଜାର ୧୨୯ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ ନେଇଛନ୍ତି ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ୨ ଲକ୍ଷ ୯୦ ହଜାର ୪୭ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ ଲକ୍ଷ ୪୩ ହଜାର ୫୩୭ କୋଭିଡ଼ ଯୋଦ୍ଧା ଏଥିରେ ସାମିଲ ଅଛନ୍ତି।

ଇତି ମଧ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ହାର ୮୫.୧ ପ୍ରତିଶତ ଏବଂ କୋଭିଡ଼ ଯୋଦ୍ଧାଙ୍କ ହାର ୭୦.୨ ପ୍ରତିଶତକୁ ଛୁଇଁଛି। ବିଭାଗ ପକ୍ଷରୁ ୩ ଲକ୍ଷ ୩୮ ହଜାର ୭୦୦ ସ୍ବାସ୍ଥ୍ୟକର୍ମୀ ଏବଂ ୨ ଲକ୍ଷ ୪ ହଜାର ୪୬୯ କୋଭିଡ଼ ଯୋଦ୍ଧାଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଥିଲା। ଗତକାଲି ୧୯୪ଟି କେନ୍ଦ୍ରରେ ୧୯ ହଜାର ୧୦୦ ଜଣଙ୍କୁ ଟିକାକରଣ କରାଯାଇଛି। ୮୬୦ ସ୍ବାସ୍ଥ୍ୟକର୍ମୀ ଏବଂ ୩୫୧୨ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧୪ ହଜାର ୭୨୮ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି।

Comments are closed.