ଟିକାକରଣ ଅଭିଯାନ : ଦେଶରେ ଟିକା ନେଲେଣି ୧୮.୨୯ କୋଟି, ରାଜ୍ୟରେ ୬୫. ୭୯ ଲକ୍ଷ

ନୂଆଦିଲ୍ଲୀ : ଦେଶରେ ଟିକାକରଣ ଅଭିଯାନ ସୁରୁଖୁରୁରେ ଓ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୮ କୋଟି ୨୯ ଲକ୍ଷ ୨୬ ହଜାର ୪୬୦ ଜଣ କରୋନା ପ୍ରତିଷେଧକ ଟିକା ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ କେବଳ ଗତକାଲି  ୬ ଲକ୍ଷ ୯୧ ହଜାର ୨୧୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ୧୪ କୋଟି ୧୧ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ପାନ ଦିଆଯାଇଥିବା ବେଳେ ୪ କୋଟି ୧୭ ଲକ୍ଷ ଲୋକଙ୍କୁ ଉଭୟ ପ୍ରଥମ ଓ ଦ୍ୱିତୀୟ ପାନ ଟିକା ଦିଆଯାଇଛି।
ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ ବର୍ଷ ବୟସର ନାଗରିକମାନଙ୍କୁ ଟିକାଦାନ କରା ଯାଉଛି।
ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୬୫ ଲକ୍ଷ ୭୯ ହଜାର ୬୯ ଜଣ ଟିକା ନେଇଛନ୍ତି। ସେଥିମଧ୍ୟରୁ ୫୧ ଲକ୍ଷ ୭୬ ହଜାର ୮୪ ଜଣ ପ୍ରଥମ ପାନ ଟିକା ନେଇଥିବାବେଳେ ୧୪ ଲକ୍ଷ ୨ ହଜାର ୯୮୫ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତ

Comments are closed.