ଟିକାକରଣ ଅଭିଯାନ : ଟିକା ନେଲେଣି ୨୭.୨୩ କୋଟିରୁ ଅଧିକ

ଦେଶବ୍ୟାପୀ ଚାଲିଥିବା ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ ଭାରତ ଗୋଟିଏ ପରେ ଗୋଟିଏ ଉଲ୍ଲେଖନୀୟ ସଫଳତା ହାସଲ କରି ଚାଲିଛି। ଆଜି ଟିକାକରଣ ଅଭିଯାନର ୧୫୫ ତମ ଦିବସ। ଭାରତ ଏପର୍ଯ୍ୟନ୍ତ ୨୭ କୋଟିରୁ ଅଧିକ ଟିକାଦାନ କରି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଏପର୍ଯ୍ୟନ୍ତ ଦେଶରେ ୨୭ କୋଟି ୨୩ଲକ୍ଷ ୮୮ ହଜାର ୭୮୩ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକାଦାନ କରାଯାଇଛି।
ଗତକାଲି ଟିକାଦାନର ୧୫୪ତମ ଦିବସରେ ୩୩ ଲକ୍ଷରୁ ଅଧିକ ଟିକାଦାନ କରାଯାଇଛି। ସ୍ୱାସ୍ଥ୍ୟସେବା  କର୍ମଚାରୀଙ୍କୁ ୧ କୋଟି ୭୧ ଲକ୍ଷ ୪୯ ହଜାରରୁ ଅଧିକ ଟିକାଦାନ କରାଯାଇଛି। ସେହିପରି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ୨ କୋଟି ୬୦ଲକ୍ଷ ୨୯ ହଜାରରୁ ଅଧିକ ଟିକା ଦିଆଯାଇଛି। ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ୫କୋଟି ୨୦ଲକ୍ଷରୁ ଅଧିକ ଟିକାଦାନ କରାଯାଇଛି। ସେହିପରି ୪୫ ବର୍ଷରୁ ଅଧିକ ବୟସର ୯ କୋଟି ୧୪ ଲକ୍ଷରୁ ଅଧିକ ଏବଂ ୬୦ ବର୍ଷରୁ ଅଧିକ ଅଧିକ ବୟସର ୮ କୋଟି ୪୭ ଲକ୍ଷରୁ ଅଧିକ ବୟସର ନାଗରିକଙ୍କୁ ଟିକାଦାନ କରାଯାଇଛି।

Comments are closed.