୪.୪୦କୋଟି ଟପିଲା ଟିକାକରଣ

ଭୁବନେଶ୍ବର : କରୋନାର ନୂଆ ଭୂତାଣୁ ‘ଓମିକ୍ରନ’ ଆସୁଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଅବଗତ କରାଯିବା ପରେ ଏବେ ସବୁସ୍ତରରେ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃ‌ଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଉଛି। ଗୁରୁବାର ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୪.୪୦କୋଟି ଟପିଛି।
ଆଜି ରାଜ୍ୟରେ ୨୪୯୯ଟି କେନ୍ଦ୍ରରେ ୨ଲକ୍ଷ ୩୬ହଜାର ୪୭୫ ହିତାଧିକାରୀ ଟିକା ନେଇଥିଲେ। ଏହାକୁ ନେଇ ରାଜ୍ୟର ସଂଖ୍ୟା ୪କୋଟି ୪୦ଲକ୍ଷ ୫୮ହଜାର ୧୮୩କୁ ଛୁଇଁଛି।

Comments are closed.