୭୬ ଦିନରେ କୋଭିଡ୍‍ ଟିକାକରଣ, ଟିକା ନେଲେଣି ୬ କୋଟି ୫୧ ଲକ୍ଷ ୧୭ ହଜାର ୮୯୬

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଅଭିଯାନ ଆଜି ୭୬ ଦିନରେ ପହଞ୍ଚିଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୬ କୋଟି ୫୧ ଲକ୍ଷ ୧୭ ହଜାର ୮୯୬ ଜଣଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସେମାନଙ୍କ ମଧ୍ୟରେ ୮୨ ଲକ୍ଷ ୪୭ ହଜାର ୨୮୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‍ ଓ ୫୨ ଲକ୍ଷ ୩୮ ହଜାର ୭୦୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୯୧ ଲକ୍ଷ ୩୪ ହଜାର ୬୨୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଏବଂ ୩୯ ଲକ୍ଷ ୨୩ ହଜାର ୧୭୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

ସେହିପରି ବହୁବିଧ ରୋଗରେ ପୀଡ଼ିତ ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ୭୬ ଲକ୍ଷ ୭୪ ହଜାର ୯୩୪ ଜଣଙ୍କୁ ପ୍ରଥମ ଡୋଜ୍‍ ଓ ୧୩ ହଜାର ୫୭୧ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ୩ କୋଟି ୩୯ ହଜାର ୫୯୯ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୮୬ ହଜାର ୮୬୯ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ଗତକାଲି ଗୋଟିଏ ଦିନରେ ୨୦ ଲକ୍ଷ ୬୩ ହଜାର ୫୪୩ ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା ମିଳିଛି।

Comments are closed.