କୋଭିଡ ଟିକାକରଣର ୯୨ ଦିନ, ୧୨ କୋଟି ୧୧ ଲକ୍ଷ ୮୨ ହଜାର ୬୭୨ ନେଲେଣି ଟିକା

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣର ୯୨ ଦିନ ସୁଦ୍ଧା ୧୨ କୋଟି ୧୧ ଲକ୍ଷ ୮୨ ହଜାର ୬୭୨ ଜଣଙ୍କୁ ଟିକାକରଣ କରାଯାଇଛି। ଫଳରେ ଭାରତ ବିଶ୍ୱରେ ସର୍ବାଧିକ ଟିକାକରଣ କରିଥିବା ଦେଶ ହୋଇପାରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ୧୦ ଲକ୍ଷ ୧୮ ହଜାର ୩୭୪ ଜଣଙ୍କୁ ଟିକାକରଣ କରାଯାଇଛି। ଦେଶର ବିଭିନ୍ନ ଅଞ୍ଚଳରେ ୫୮ ହଜାର ୨୧୨ଟି ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କାର୍ଯ୍ୟ କରାଯାଉଛି। ମିଳିଥିବା ତଥ୍ୟ ଅନୁଯାୟୀ ଆଜି ସୁଦ୍ଧା ୧୦ କୋଟି ୫୮ ଲକ୍ଷ ୭୬ ହଜାର ୬୨୮ ଜଣଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୧ କୋଟି ୫୩ ଲକ୍ଷ ୬ ହଜାର ୪୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ପ୍ରଦାନ କରାଯାଇଛି।

ଦେଶରେ କରୋନା ମହାମାରୀର ସାନି ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ, ଟିକା ନେବାପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି। ଆଜି ଗୋଟିଏ ଦିନରେ ଏହି ଟିକା ନେବାପାଇଁ ୯ ଲକ୍ଷ ୨୩ ହଜାର ୧୮୪ ଜଣ ଅନ୍‍ଲାଇନ୍‍ ଜରିଆରେ ପଞ୍ଜୀକରଣ କରିଛନ୍ତି। ସୂଚନାଯୋଗ୍ୟ, ଭାରତରେ ଚଳିତ ବର୍ଷ ଜାନୁୟାରୀ ୧୬ ତାରିଖରୁ କୋଭିଡ୍‍ ପ୍ରତିଷେଧକ ଟିକାକରଣ
ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଉଛି।

Comments are closed.