୩ ଦିନରେ ୫ଶହରୁ ଉର୍ଦ୍ଧ୍ଵ ନେଲେ ଟିକା

ମୋହନା :  ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ବିଭିନ୍ନ ପଂଚାୟତ ଗୁଡିକରେ ବିଡ଼ିଓ ପ୍ରଦୀପ କୁମାର ନାୟକ ଲୋକଙ୍କୁ ସଚେତନ କରାଇ ଟିକାକରଣ କରାଉଛନ୍ତି । ଟିକା ନେଲେ ଆମକୁ କରୋନା ଛୁଇଁବ ନାହିଁ ବୋଲି ସଚେତନତା କରାଇ ଥିଲେ। ପଂଚାୟତ ଅଧିକାରୀ ଓ ସରପଞ୍ଚ ମାନଙ୍କ ସହଯୋଗରେ ବିଭିନ୍ନ ଗ୍ରାମରେ ଟିକା ଦିଆ ଯାଉଥିବା ଦେଖିବାକୁ ମିଳୁଛି। ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ପାନ ଟିକା ମୋଟ ତିନିଦିନରେ ୫ ଶହରୁ ଉର୍ଦ୍ଧ୍ଵ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି। ସ୍ୱାସ୍ଥ୍ୟ କର୍ମୀଙ୍କ ସହଯୋଗରେ  ପ୍ରତ୍ୟେକ ଦିନ ୮୦ରୁ  ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟେଷ୍ଟ କରାଯାଉଛି ବୋଲି ବିଡ଼ିଓ ଶ୍ରୀ ନାୟକ କହିଛନ୍ତି।

Comments are closed.