ଟିକାକରଣ ଅଭିଯାନ : ୧୩୭ କୋଟି ନିକଟତର

ନୂଆଦିଲ୍ଲୀ : ଦେଶବ୍ୟାପୀ ଚାଲିଥିବା ବିଶ୍ବର ସର୍ବ ବୃହତ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । କରୋନା ବିରୋଧୀ ଲଢେଇରେ ଟିକାକରଣକୁ ପ୍ରମୁଖ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଦେଶରେ ଏପର୍ଯ୍ୟନ୍ତ ୧୩୬ କୋଟି ୯୮ ଲକ୍ଷରୁ ଅଧିକ ପାନ ଟିକା ଦିଆଯାଇ ସାରିଲାଣି । ଖୁବ ଶୀଘ୍ର ଏହା ୧୩୭ କୋଟି ଅତିକ୍ରମ କରିବ।

୮୨ କୋଟି ୬୨ ଲକ୍ଷ ୯୧ ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳ ୫୪ କୋଟି ୨୦ ଲକ୍ଷ ୨୧ ହଜାରରୁ ଅଧିକ ହିତାଧୀକାରୀଙ୍କୁ ଦ୍ବିତୀୟ ପାନ ଟିକା ଦିଆଯାଇଛି।

ସେହିପରି ରାଜ୍ୟରେ ଏଯାବତ ୪ କୋଟି ୭୧ ଲକ୍ଷ ୪୧ ହଜାର ୩୫୫ ପାନ ଟିକା ଦିଅଯାଇଛି। ୨ କୋଟି ୮୬ ଲକ୍ଷ ୯ ହଜାରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳ ୧ କୋଟି ୮୫ ଲକ୍ଷ ୩୨ ହଜାରରୁ ଅଧିକ ଦ୍ବିତୀୟ ପାନ ଟିକା ଦିଆଯାଇଛି।

Comments are closed.