ଟିକାକରଣ ଅଭିଯାନ : ଟିକା ନେଲେଣି ୩୪.୪୬କୋଟି

ନୁଆଦିଲ୍ଲୀ : ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ବିଭିନ୍ନ ବର୍ଗ ଓ ବୟସର ଲୋକ ଟିକନେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ୨୧ ତାରିଖରୁ ଟିକାଦାନ କାର୍ଯ୍ୟ ଅଧିକ ତ୍ବରାନ୍ବିତ ହୋଇଛି। ଏପର୍ଯ୍ୟନ୍ତ ୩୪ କୋଟି ୪୬ ଲକ୍ଷ ୧୧ ହଜାର ୨୯୧ ପାନ କୋଭିଡ ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ କୋଭିଡ ଆରୋଗ୍ୟହାର ଶତକଡା ୯୭ ଦଶମିକ ୦/୬ ଭାଗକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତକାଲି ଗୋଟିଏ ଦିନରେ ୪୩ଲକ୍ଷ ୯୯ହଜାର ୨୯୮ ପାନ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ୧ କୋଟି ୭୫ଲକ୍ଷରୁ ଅଧିକ ପାନ ପ୍ରତିଷେଧକ ଟିକା ଦିଆଯାଇଥିବାବେଳେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ୨ କୋଟି ୭୧ ଲକ୍ଷ ପାନ ଟିକା ଦିଆଯାଇଛି। ସେହିଭଳି ୧୮ରୁ ୪୪ବର୍ଷ ବୟସର ନାଗରିକଙ୍କୁ ୯କୋଟି ୮୮ଲକ୍ଷ ପାନରୁ ଅଧିକ ଓ ୪୫ରୁ ୫୯ ବର୍ଷ ବୟସର ବ୍ୟକ୍ତିମାନଙ୍କୁ ୧୦ କୋଟି ୭୩ ଲକ୍ଷ ପାନରୁ ଅଧିକ ପ୍ରତିଷେଧକ ଟିକା ଦିଆଯାଇଛି। ୬୦ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକମାନଙ୍କୁ ୯ କୋଟି ୩୬ଲକ୍ଷରୁ ଅଧିକ ପାନ କୋଭିଡ ପ୍ରତିଷେଧକ ଟିକା
ଦିଆଯାଇଛି।

Comments are closed.