୬୦ ଦିନରେ କୋଭିଡ ଟିକାକରଣ, ୩ କୋଟି ୪୮ ଲକ୍ଷରୁ ଅଧିକ ନେଲେଣି ଟିକା

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ୩ କୋଟି ୪୮ ଲକ୍ଷ ଅତିକ୍ରମ କରିଛି। ଆଜି ସନ୍ଧ୍ୟା ସୁଦ୍ଧା ୩ କୋଟି ୪୮ ଲକ୍ଷ ୫୯ ହଜାର ୩୪୫ ଜଣଙ୍କୁ ଟିକାକରଣ କରାଯାଇଛି। ଏଥିମଧ୍ୟରେ ୭୫ ଲକ୍ଷ ୧ ହଜାର ୫୯୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‍ ଓ ୪୫ ଲକ୍ଷ ୪୦ ହଜାର ୭୭୬ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୭୫ ଲକ୍ଷ ୯୧ ହଜାର ୬୭୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଏବଂ ୧୬ ଲକ୍ଷ ୨୮ ହଜାର ୯୬ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

ସେହିପରି ୪୫ରୁ ଅଣଷଠି ବର୍ଷ ବୟସ ମଧ୍ୟରେ ବହୁବିଧ ରୋଗରେ ପୀଡ଼ିତ ୨୧ ଲକ୍ଷ ୪୩ ହଜାର ୧୦୯ ଜଣ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ୧ କୋଟି ୧୪ ଲକ୍ଷ ୫୪ ହଜାର ୧୦୪ ଜଣଙ୍କୁ ଏହି ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି।

Comments are closed.