୨୯ ଦିନରେ କୋଭିଡ ଟିକାକରଣ, ଟିକା ନେଲେଣି ୮୨ ଲକ୍ଷ ୬୩ ହଜାର ୮୫୮ ସ୍ୱାସ୍ଥ୍ୟକର୍ମୀ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୯ ଦିନ ମଧ୍ୟରେ ଏହି ୧ ଲକ୍ଷ ୬୯ ହଜାର ୨୧୫ଟି ସେସନରେ ଟିକାକରଣ କରାଯାଇଛି। ଗତକାଲି ଠାରୁ ଆଜି ସକାଳ ୮ଟା ସୁଦ୍ଧା ୨ ଲକ୍ଷ ୯୬ ହଜାର ୨୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ ହଜାର ୪୩୪ଟି ସେସନରେ ଏହି ପ୍ରତିଷେଧକ ଦିଆଯାଇଛି। ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଉଛି।

ପ୍ରତିଷେଧକ ନେଇଥିବା ଲୋକମାନଙ୍କ ମଧ୍ୟରେ ୫୯ ଲକ୍ଷ ୩୫ ହଜାର ୨୭୫ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୨୧ ଲକ୍ଷ ୧୭ ହଜାର ୧୭୯ ଜଣ ସ୍ୱେଚ୍ଛାସେବୀ ରହିଛନ୍ତି। ପ୍ରତିଷେଧକ ନେଇଥିବା ମୋଟ୍‍ ବ୍ୟକ୍ତିମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। ବିହାରରେ ୮୦.୦୬%, ଲାକ୍ଷାଦ୍ଵୀପରେ ୮୧%, ତ୍ରିପୁରାରେ ୭୮.୯%, ଓଡିଶାରେ ୭୬.୭%, ମଧ୍ୟ ପ୍ରଦେଶରେ ୭୫.୮%, ଉତ୍ତରାଖଣ୍ଡରେ ୭୪.୮%, ହିମାଚଳ ପ୍ରଦେଶରେ ୭୪.୫%, ଛତିଶଗଡ଼ରେ ୭୩%, କେରଳରେ ୭୧.୧%, ରାଜସ୍ଥାନରେ ୭୦.୭%, ମିଜୋରାମରେ ୭୦.୫% ଏବଂ ସିକିମରେ ୭୦.୧% ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Comments are closed.