୨୮ ଦିନରେ ୭୯ ଲକ୍ଷ ଟପିଲା ଦେଶରେ କୋଭିଡ ଟିକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୭୯ ଲକ୍ଷ ୬୭ ହଜାର ୬୪୭ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୮ ଦିନ ମଧ୍ୟରେ ଏହି ଟିକାକରଣ କରାଯାଇଛି। ଗତକାଲି ଠାରୁ ଆଜି ସକାଳ ୮ଟା ସୁଦ୍ଧା ୪ ଲକ୍ଷ ୬୨ ହଜାର ୬୩୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ୧୦ ହଜାର ୪୧୧ଟି ସେସନରେ ଏହି ପ୍ରତିଷେଧକ ଦିଆଯାଇଛି। ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଉଛି।

ପ୍ରତିଷେଧକ ନେଇଥିବା ଲୋକମାନଙ୍କ ମଧ୍ୟରେ ୫୯ ଲକ୍ଷ ୯ହଜାର ୧୩୬ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୨୦ ଲକ୍ଷ ୫୮ହଜାର ୫୧୧ ଜଣ ସ୍ୱେଚ୍ଛାସେବୀ ରହିଛନ୍ତି। ପ୍ରତିଷେଧକ ନେଇଥିବା ମୋଟ୍‍ ବ୍ୟକ୍ତିମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। ପ୍ରତିଷେଧକ ନେଇଥିବା ମୋଟ୍‍ ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡା ୧୦.୮ % କେବଳ ଉତ୍ତରପ୍ରଦେଶରୁ ରହିଛନ୍ତି।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ୮ ଲକ୍ଷ ୫୮ ହଜାର ୬୦୨ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଗୁଜରାଟରେ ୬ ଲକ୍ଷ ୬୭ ହଜାର ୭୩, ମହାରାଷ୍ଟ୍ରରେ ୬ ଲକ୍ଷ ୪୯ ହଜାର ୬୬୦, ରାଜସ୍ଥାନରେ ୬ ଲକ୍ଷ ୬ ହଜାର ୬୯୪, ମଧ୍ୟପ୍ରଦେଶରେ ୫ ଲକ୍ଷ ୨୬ ହଜାର ୯୫, କର୍ଣ୍ଣାଟକରେ ୪ ଲକ୍ଷ ୯୧ ହଜାର ୫୫୨, ପଶ୍ଚିମବଙ୍ଗରେ ୪ ଲକ୍ଷ ୮୫ ହଜାର ୫୪ ଓ ବିହାରରେ ୪ ଲକ୍ଷ ୭୧ ହଜାର ୬୮୩ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି।

Comments are closed.