ହରଭଙ୍ଗାରେ ୧୩୨ଜଣଙ୍କୁ ଦିଆଗଲା ଦ୍ୱିତୀୟ ପାନ ଟିକା

୫୦ ନୂଆ ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ୧୩୨ଜଣଙ୍କୁ ଦ୍ୱିତୀୟ ପାନ ଟିକାଦାନ କରାଯାଇଛି। ସେଥିରୁ ୫୬ଜଣ ୬୦ବର୍ଷ ଆୟୁ ବର୍ଗର ବରିଷ୍ଠ ନାଗରିକ ଏବଂ ୭୬ଜଣ ୪୫ରୁ ୫୯ବର୍ଷର ଲୋକଙ୍କୁ ଟୀକାକରଣ କରାଯାଇଥିବା ସୂଚନା ମିଳିଛି।
ସେହିପରି ଏହି ବ୍ଲକରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶୁକ୍ରବାର ବ୍ଲକରୁ ଆଉ ୫୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ସଂକ୍ରମିତ ସଂଖ୍ୟା-୧୧୪୬ରେ ପଂହଚିଲାଣି। ଆଜିର ଆକ୍ରାନ୍ତ ତାଲିକାରେ ଶଙ୍କୁଲେଇ ପଞ୍ଚାୟତ ଛେଳିଖାଇରୁ ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ପଦାମାଳରୁ ୦୪ଜଣ, ଭାଲିଆଗୁଡାରୁ ୦୪ଜଣ, ବୁକେଶିଙ୍ଗାରୁ୦୩ଜଣ, ତଳଗାଁ, ଛିତକାବାରୀ, ନୂଆପଡ଼ା, ମଲ୍ଲିକପଡ଼ା, କୁମାରୀରୁ ୨ଜଣ ଲେଖାଏଁ ଏବଂ ବାମଣ୍ଡା, ରଘୁନାଥପୁର, ଜଟେଶିଙ୍ଗା, ମାର୍ଦ୍ଦିଙ୍ଗ୍‍, ଭେଜିଗୁଡା, ତୁକୁଲୁଣ୍ଡା, କୁଶଙ୍ଗ, ତାଳପଦର, ଶଙ୍କରୀ, କେଳାକଟା, ସାଲକଟା, ପୁରୁଣାକଟକ ଏବଂ ବାଲିପୁରରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.