ଟିକା ନେବା ପାଇଁ ବଢୁଛି ଆଗ୍ରହ : ବୌଦ୍ଧ ଜିଲାରେ ଟିକା ନେଲେଣି ୩୫,୫୨୬ ଜଣ

ବୌଦ୍ଧ :  ବୌଦ୍ଧ ଜିଲାରେ କରୋନା ଟିକାଦାନ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି। ଟିକା ନେବା ପାଇଁ ଧିରେ ଧିରେ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧିପାିବାରେ ଲାଗିଛି। ଜିଲାର ୧୧ଟି ସ୍ଥାନରେ କରୋନା ଟିକାଦାନ ଚାଲିଛି। ଜିଲାରେ ଏ ପର୍ଯ୍ୟନ୍ତ ୩୫,୫୨୬ ଟିକାକରଣ କରାଯାଇଛି। ଗତ ୪ ତାରିଖ ସୁଦ୍ଧା ଜିଲାରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମଧ୍ୟରୁ ୨୫୯୨ ଜଣଙ୍କୁ ପ୍ରଥମ ଡୋଜ ଓ ୨୨୨୪ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକାଦାନ କରାଯାଇଛି। ଜିଲାରେ ଆଗଧାଡି ଯୋଦ୍ଧାଙ୍କ ମଧ୍ୟରୁ ୨୧୮୬ ଜଣଙ୍କୁ ପ୍ରଥମ ଡୋଜ ଓ ୨୧୧୧ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକାଦାନ କରାଯାଇଛି। ୬୦ବର୍ଷରୁ ଅଧିକ ନାଗରିକଙ୍କ ମଧ୍ୟରୁ ୧୯୧୩୨ ଜଣଙ୍କୁ ପ୍ରଥମ ଡୋଜ ଓ ୭୫୧ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକାଦାନ କରାଯାଇଛି। ସେହିପରି ୪୫ ରୁ ୫୯ବର୍ଷୀୟ ନାଗରିକଙ୍କ ମଧ୍ୟରୁ ୬୫୧୬ ଜଣଙ୍କୁ ପ୍ରଥମ ଡୋଜ ଓ ୧୪ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକାଦାନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର​‌ ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.