ବେଗୁନିଆ ବ୍ଲକରେ କୋଭିଡ ଟୀକାକରଣ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦେବାଶିଷ ଆଚାର୍ୟ୍ୟ ଙ୍କ ପ୍ରତେକ୍ଷ ତତ୍ୱ।ବଧାନରେ ବେଗୁନିଆ ବ୍ଲକର ବେଗୁନିଆ ,ବୋତଳମା, କଣ୍ଟାବାଡ଼ ଏବଂ ଡାଳତୋଳକ୍ଷ ଡାକ୍ତରଖାନାରେ ଗତକାଲି ଗୁରୁବାରଠାରୁ ୪୫ରୁ୫୯ବର୍ଷ ଏବଂ୬୦ ବର୍ଷରୁ ଉର୍ଧ୍ଵ ନାଗରିକଙ୍କୁ କୋଭିଡ-୧୯ ଭ୍ୟାକସିନ ଦିଆଯିବା ଆରମ୍ଭ ହୋଇଛି । ରବିବାର ଏବଂ ସରକାରୀ ଛୁଟି ଦିନରେ ମଧ୍ୟ ଏହି ଭ୍ୟାକସିନ ଦିଆଯିବ ବୋଲି ଜଣାପଡିଛି । ସମ୍ପୃକ୍ତ ବୟସର ସମସ୍ତ ନାଗରିକ ଟୀକା ନେବା ପର୍ୟ୍ୟନ୍ତ ଏହା ଚାଲୁ ରହିବ । ପ୍ରତି ଦିନ ୧ ଶତ ଜଣଙ୍କୁ ଏହି ଟୀକା ପ୍ରଦାନ କରିବା ପାଇଁ ଲକ୍ଷ ଧାର୍ୟ୍ୟ ହୋଇଥିବାବେଳେ ଗୁରୁବାର ବ୍ଲକର ୪ ଟି କେନ୍ଦ୍ରରେ ୪୫ ରୁ ୫୯ ବର୍ଷ ୧୯୯ ଜଣ ୬୦ରୁ ଉର୍ଧ୍ଵ ବୟସ ୧୭୫ ଜଣ ଏବଂ ଶୁକ୍ରବାର ୪୫ ରୁ ୫୯ବର୍ଷ ୨୯୩ ଜଣ ,୬୦ରୁ ଉର୍ଧ୍ଵ୨୧୬ ଜଣଙ୍କୁ ଟୀକା ପ୍ରଦାନ କରାଯାଇଥିବାର ଜଣାପଡିଛି ।

Comments are closed.