କୋଭିଡ ଟୀକା ନେବାରେ ପ୍ରତିବନ୍ଧକ ସାଜିଛି ଅପପ୍ରଚାର

ପାତ୍ରପୁର: କେରୋନା ମହାମାରୀ ଯୋଗୁଁ ଗଂଜାମ ପାତ୍ରପୁର ବ୍ଲକରେ ୧୫ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଏବେ ସରକାରଙ୍କ ତରଫରୁ ପ୍ରଥମ ପର୍ଯ୍ୟାୟରେ କେରୋନା ଯୋଦ୍ଧାଙ୍କୁ ଟୀକା ପ୍ରଦାନ ପରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ସହ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଟୀକା ଦେବା ଆରମ୍ଭ ହୋଇଥିଲା। ତେବେ ଆସନ୍ତାକାଲି ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ଟୀକା ଦେବା ସ୍ଥିର ହୋଇଛି। ଗତ ଦଶ ଦିନ ହେଲା ବିଭିନ୍ନ ସ୍ଥାନରେ ଟୀକା ଦେବା ବେଳେ ତିନୋଟି ପଂଚାୟତ ତୁମ୍ବା, ଆଙ୍କୁଲି ଓ ବୁରାତ।ଲରେ କେହି ଟୀକା ନେବାକୁ ଆସି ନଥିବା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସମ୍ବିତ ବେଗରାୟ ସୂଚନା ଦେଇଛନ୍ତି। ଏହି ସବୁ ଅଞ୍ଚଳରେ କୋଭିଡ ଟୀକାକୁ ନେଇ କିଛି ଅପପ୍ରଚାର ଚାଲିଥିବା ସେ କହିଛନ୍ତି।

ପାତ୍ରପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୪ ହଜାର ୨୦୪ ଜଣଙ୍କୁ ଏହି ଟୀକା ଦେବାକୁ ଆସିଥିବା ବେଳେ ମାତ୍ର ୩ ହଜାର ୩୫୧ ଜଣ ଟୀକା ନେଇଛନ୍ତି। ଯାହାକି ଶତକଡା ୨୪% ବୋଲି ଜଣାପଡ଼ିଛି। ବସ କର୍ମଚାରୀ, ବୁଲା ବିକାଳୀ, ସେଲୁନ କରିଥିବା ବ୍ୟକ୍ତି , ଶିକ୍ଷକ, ଧର୍ମ ଅନୁଷ୍ଠାନର ପୂଜାରୀ ପ୍ରମୁଖ ଟୀକା ଦେବାକୁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଟିକାକରଣ ଆଶାନୁରୂପ ସଫଳତା ପାଇଁନାହିଁ। ତେବେ ପୂର୍ବରୁ ବହୁ ବ୍ୟକ୍ତି ଟୀକା ନେଇନଥିବା ବେଳେ ରାଜ୍ୟରେ ପୁଣି କରୋନା ପ୍ରଭାବ ଉପରେ ଦୃଷ୍ଟି ଦେବା ସହ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ଏଥିରେ ସାମିଲ ହୋଇ ଅଧିକ ଲୋକମାନେ ଟୀକା ନେବା ପାଇଁ କାର୍ଯ୍ୟ କରିବାକୁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।

Comments are closed.