ସବୁ ଜିଲ୍ଲାରେ ଖୋଲିବ କୋଭିଡ୍‍ ଟିକାକରଣ କେନ୍ଦ୍ର

ଦେଶରେ କୋଭିଡ୍‍ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏଥିସହିତ ସମ୍ପର୍କୀତ ସମସ୍ତ ବ୍ୟବସ୍ଥା ଓ ପ୍ରକ୍ରିୟାକୁ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟ ଓ ସଠିକ୍‍ ଭାବେ ପହଞ୍ଚାଇବା ପାଇଁ ଜିଲ୍ଲା କୋଭିଡ୍‍ ଟିକାକରଣ କେନ୍ଦ୍ର ଗଠନ ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଟିକା ଯୋଗାଣ ଏବଂ ଟିକା ଉପଲବ୍ଧତା ନେଇ ସୂଚନା ପ୍ରଦାନ କରିବେ। ଏହାଛଡ଼ା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସଠିକ୍‍ ତଥ୍ୟ ପରିବେଶଣ ସହ ଲୋକମାନଙ୍କୁ ସଚେତନ କରାଇବେ। ଅନ୍ୟ ପକ୍ଷରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ ଗୁଡ଼ିକ କୋ-ୱିନ୍‍ ପୋର୍ଟାଲ୍‍ ମାଧ୍ୟମରେ ଟିକାକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଏଥିରେ କୁହାଯାଇଛି।

Comments are closed.