୧୮ରୁ ୪୪, ଲୋଡ଼ା ନାହିଁ ଆଗୁଆ ପଞ୍ଜୀକରଣ

ନୂଆଦିଲ୍ଲୀ: କରୋନା ଟିକା ନେବା ଲାଗି ନାମ ପଞ୍ଜୀକରଣ ଓ ସ୍ଲଟ ବୁକିଂ ଜନିତ ନିୟମକୁ କେନ୍ଦ୍ର ସରକାର କୋହଳ କରିଛନ୍ତି। କୋହଳତା ଅନୁଯାୟୀ ୧୮ରୁ ୪୪ବର୍ଷର ନାଗରିକ ଟିକା ଦାନ କେନ୍ଦ୍ରକୁ ଯାଇ ସେଠାରେ କୋ-ୱିନ ଆପ୍‌ରେ ନିଜର ନାମ ପଞ୍ଜୀକରଣ କରି ଟିକା ନେଇପାରିବେ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାର ମାର୍ଗଦର୍ଶିକାରେ ସଂଶୋଧନ କରିଛନ୍ତି। ୧୮-୪୪ବର୍ଷର ନାଗରିକଙ୍କ ଟିକାକରଣ କ୍ଷେତ୍ରରେ ଆଗୁଆ ନାମ ପଞ୍ଜୀକରଣ ଓ ଟିକା ନେବା ଲାଗି ସ୍ଲଟ ବୁକିଂକୁ ବାଧ୍ୟତାମୂଳକ କରାଯାଇଥିଲା।

ଏହାଦ୍ବାରା ଟିକାକରଣ ଅଭିଯାନ ମନ୍ଥର ହେଉଥିଲା। ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କରୋନାର ନୂଆ ପ୍ରଜାତି ଆସୁଥିବାବେଳେ ଦେଶବାସୀଙ୍କୁ ଯଥା ସମ୍ଭବ କମ୍ ସମୟ ମଧ୍ୟରେ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Comments are closed.