କୋଭିଡ-୧୯ ଟିକାକରଣ ଅଭିଯାନ : ଦିଆଗଲାଣି ୧୮,୭୦,୦୯,୭୯୨ ପାନ ଟିକା

ନୂଆଦିଲ୍ଲୀ :  ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପର୍ୟ୍ୟାୟରେ ମୋଟ ଟିକାକରଣ ୧୮.୭୦ କୋଟି ପାନ ପହଞ୍ଚିଛି ।
ଆଜି ସୁଦ୍ଧା ୨୭,୩୧,୪୩୫ ସେସନରେ ମୋଟ ୧୮,୭୦,୦୯,୭୯୨ ପାନ ଟିକା ଦିଆଯାଇଛି। ଏହା ମଧ୍ୟରେ ରହିଛି, ୯୬, ୮୫, ୯୩୪ ଜଣ ଏଚସିଡବ୍ଲୁ(ସ୍ୱାସ୍ଥ୍ୟ ସେବା କର୍ମଚାରୀ)ଙ୍କୁ ପ୍ରଥମ ପାନ, ୬୬,୬୭,୩୯୪ ଜଣ ଏଚସିଡବ୍ଲୁ (ସ୍ୱାସ୍ଥ୍ୟ ସେବା କର୍ମଚାରୀ)ଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ସେହିପରି  ୧,୪୬,୩୬,୫୦୧ ଜଣ ଏଫଏଲଡବ୍ଲୁ(ଆଗଧାଡିର କରୋନା ଯୋଦ୍ଧା)ଙ୍କୁ ପ୍ରଥମ ପାନ, ୮୨,୫୬,୩୮୧ ଜଣ ଏଫଏଲଡବ୍ଲୁ (ଆଗଧାଡିର କରୋନା ଯୋଦ୍ଧା)ଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ଅନ୍ୟପକ୍ଷରେ ୧୮-୪୪ ବର୍ଷ ବର୍ଗର ୭୦,୧୭,୧୮୯ ଜଣଙ୍କୁ ପ୍ରଥମ ପାନ, ୪୫ରୁ ୬୦ ବର୍ଷ ବର୍ଗର ୫,୮୩,୪୭,୯୫୦ ଜଣଙ୍କୁ ପ୍ରଥମ ପାନ, ୯୪, ୩୬, ୧୬୮ ଜଣଙ୍କୁ ଦ୍ୱିତୀୟ ପାନ, ୬୦ ବର୍ଷରୁ ଅଧିକ ବୟସର ୫,୪୯,୩୬,୦୯୬ ଜଣଙ୍କୁ ପ୍ରଥମ ପାନ ଏବଂ ୧,୮୦,୨୬,୧୭୯ ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି।
ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୬୧% ପାନ ଟିକା ପାନ କେବଳ ଦଶଟି ରାଜ୍ୟରେ ଦିଆଯାଇଛି।

Comments are closed.