ଶନି, ରବି ଟିକାକରଣ ବନ୍ଦ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ଶନି,ରବିବାର ଟିକାକରଣ ବନ୍ଦ। ସଟଡାଉନ ଥିବାରୁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୮ ରୁ ୪୪ ବର୍ଷ ବର୍ଗର ଟିକାକରଣ ପାଇଁ ଆଜି କିଛି କୋଭାକ୍ସିନ ଆସିବ। ଟିକା ଆସିବା ପରେ ସ୍ଥିର ହେବ ୧୮-୪୪ ବର୍ଗଙ୍କୁ କେବେ ଟିକା ଦିଆଯିବ। ଦ୍ୱିତୀୟ ଡୋଜ ଦେବାକୁ ଟିକା ନଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଆଜି କେନ୍ଦ୍ରକୁ ଦ୍ୱିତୀୟ ଡୋଜ ସମ୍ପର୍କରେ ଚିଠି ଲେଖିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ବୋଲି ସୂଚନା ମିଳିଛି।

Comments are closed.