୫୮ ଦିନରେ ଟିକାକରଣ, ୨ କୋଟି ୯୭ ଲକ୍ଷ ୩୮ ହଜାର ୪୦୯ ନେଲେଣି କୋଭିଡ ଟିକା

ଦେଶରେ ରବିବାର ସକାଳ ସୁଦ୍ଧା ୨ କୋଟି ୯୭ ଲକ୍ଷ ୩୮ ହଜାର ୪୦୯ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା ଦିଆଯାଇଛି। ୫ ଲକ୍ଷ ୧୦ ହଜାର ୪୦୦ଟି ସେସନ୍‍ରେ ଏହି ଟିକାକରଣ କରାଯାଇଛି। ଏଥିମଧ୍ୟରେ ୭୩ ଲକ୍ଷ ୪୭ ହଜାର ୮୯୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‍ ଓ ୪୨ ଲକ୍ଷ ୯୫ ହଜାର ୨୦୧ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଥିବାବେଳେ ୭୩ ଲକ୍ଷ ୩୨ ହଜାର ୬୪୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଏବଂ ୧୧ ଲକ୍ଷ ୩୫ ହଜାର ୫୭୩ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

ସେହିପରି ୪୫ରୁ ଅଣଷଠି ବର୍ଷ ବୟସ ମଧ୍ୟରେ ବହୁବିଧ ରୋଗରେ ପୀଡ଼ିତ ୧୪ ଲକ୍ଷ ୪୦ ହଜାର ୯୨ ଜଣ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ୮୧ ଲକ୍ଷ ୮୭ ହଜାର ୭ ଜଣଙ୍କୁ ଏହି ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି।

ଦେଶରେ ଗତକାଲି ଗୋଟିଏ ଦିନରେ ୧୬ ହଜାର ୬୩୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ପରେ ଏହି ସଂଖ୍ୟା ୧ କୋଟି ୯ ଲକ୍ଷ ଅଣାନବେ ହଜାର ୮୯୭କୁ ବୃଦ୍ଧି ପାଇବା ସହ ଆରୋଗ୍ୟ ହାର ୯୬ ଦଶମିକ ୭/୫ ପ୍ରତିଶତରେ ରହିଛି। ସେହି ସମୟ ମଧ୍ୟରେ ୨୫ ହଜାର ୩୨୦ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ରା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୨ ଲକ୍ଷ ୧୦ ହଜାର ୫୪୪ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଆଜି ସୁଦ୍ଧା ଦେଶରେ ୨୨ କୋଟି ସତଷଠି ଲକ୍ଷ ୩ ହଜାର ୬୪୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ଆଇ.ସି.ଏମ୍‍.ଆର୍‍. ସୂଚନା ଦେଇଛି।

Comments are closed.