ଦେଶରେ ଦିଆଗଲାଣି ୧୫୮ କୋଟିରୁ ଅଧିକ ଡୋଜ କୋଭିଡ ଟୀକା

ଦେଶରେ ଆଜି ସୁଦ୍ଧା ୧୫୮ କୋଟି ୮୮ ଲକ୍ଷ ୪୭ ହଜାର ୫୫୪ ଡୋଜ କୋଭିଡ ଟୀକା ଦିଆଯାଇଛି। ଗତକାଲି ଗୋଟିଏ ଦିନରେ ୭୬ ଲକ୍ଷ ୩୫ ହଜାର ୨୨୯ ଡୋଜ ଟୀକା ଦିଆଯାଇଛି। ଏ ପର୍ଯ୍ୟନ୍ତ ୯୧ କୋଟି ୭୮ ଲକ୍ଷ ୯୧ ହଜାର ୮୪୬ ଡୋଜ ପ୍ରଥମ ଟୀକା, ୬୬ କୋଟି ୫୭ ଲକ୍ଷ ୮୧ ହଜାର ୮୮୨ ଡୋଜ ଦ୍ଵିତୀୟ ଟୀକା ଓ ୫୫ ଲକ୍ଷ ୩୭ ହଜାର ୮୬୩ ବୁଷ୍ଟର ଡୋଜ ଟୀକା ଦିଆଯାଇଛି। ଦେଶର ୮୬ ହଜାର ୧୦୯ଟି ଟୀକାକରଣ କେନ୍ଦ୍ରରେ ଦିଆଯାଉଛି କୋଭିଡ ଟୀକା। ରାଜ୍ୟରେ ଆଜି ସୁଦ୍ଧା ଦିଆଗଲାଣି ୫ କୋଟି ୪୬ ଲକ୍ଷ ୯୩ ହଜାର ୮୦୮ ଡୋଜ କୋଭିଡ ଟୀକା। ଏଥିରେ ୩ କୋଟି ୧୩ ଲକ୍ଷ ୧୬ ହଜାର ୫୫୯ ଡୋଜ ପ୍ରଥମ ଟୀକା, ୨ କୋଟି ୩୧ ଲକ୍ଷ ୫୯୧ ଡୋଜ ଟୀକା ଓ ୨ ଲକ୍ଷ ୭୬ ହଜାର ୬୫୮ ଡୋଜ ବୁଷ୍ଟର ଟୀକା ଦିଆଯାଇଛି।

Comments are closed.