ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୩୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୩୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ହଜାର ୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧ ହଜାର ୩୮୧ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୨,୩୨,୭୧୩ ରେ ପହଞ୍ଚିଛି। ୧,୯୮,୧୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୩, ୫୫୯ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଓ କଟକରୁ ୨୬୮। ଅନୁଗୁଳରୁ ୧୧୯, ବାଲେଶ୍ୱର ୧୨୨, ବରଗଡ଼ ୯୪, ଭଦ୍ରକ ୩୬, ବଲାଙ୍ଗୀର ୧୦୩, ବୌଦ୍ଧ ୫୪, ଦେଓଗଡ଼ ୨୧, ଢେଙ୍କାନାଳ ୮୫, ଗଜପତି ୨୨, ଗଞ୍ଜାମ ୫୭, ଜଗତସିଂହପୁର ୮୦, ଯାଜପୁର ୧୪୮, ଝାରସୁଗୁଡ଼ା ୧୦୭, କଳାହାଣ୍ଡି ୭୭, କନ୍ଧମାଳ ୬୦, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୧୦୧, କୋରାପୁଟ ୪୫, ମାଲକାନଗିରି ୧୯, ମୟୁରଭଞ୍ଜ ୧୩୧, ନବରଙ୍ଗପୁର ୬୧, ନୟାଗଡ଼ ୬୧, ନୂଆପଡ଼ା ୧୪୭, ପୁରୀ ୧୪୦, ରାୟଗଡ଼ା ୫୩, ସମ୍ବଲପୁର ୧୦୭, ସୋନପୁର ୨୫, ସୁନ୍ଦରଗଡ଼ ୯୩, ଷ୍ଟେଟ ପୁଲ ୧୪୯ ଚିହ୍ନଟ ହୋଇଛନ୍ତି।

 

Comments are closed.