ମଧ୍ୟପ୍ରଦେଶରେ ଜର୍ମାନୀ ନାଗରିକ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ମଙ୍ଗଳବାର ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ ୬,୮୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ୫୫୮ ଦିନ ମଧ୍ୟରେ ସବୁଠାରୁ କମ ଆକ୍ରାନ୍ତ ଚିହ୍ନଟ ବୋଲି ଜଣାପଡିଛି। ସେହିଭଳି ୨୨୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।
ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶରେ ଜଣେ ୨୮ ବର୍ଷୀୟ ଜର୍ମାନୀ ନାଗରିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଧ୍ୟପ୍ରଦେଶରେ ମଧ୍ୟ କରୋନାର ନୂତନ ଭାରିଆଣ୍ଟ ଚିନ୍ତାର କାରଣ ପାଲଟିଛି। ଜବଲପୁରରେ ୨୮ ବର୍ଷୀୟ ନାଗରିକ କରୋନା ସଂକ୍ରମିତ ଚିହ୍ନଟ ପରେ ତାଙ୍କ ନମୁନା ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି। ରିପୋର୍ଟ ଆସିବ ପରେ ଭାରିଆଣ୍ଟ ନେଇ ପ୍ରକୃତ ତଥ୍ୟ ମିଳିପାରିବ। ସେହିଭଳି ମହାରାଷ୍ଟ୍ର ଆସିଥିବା ୧୦୦ରୁ ଅଧିକ ବିଦେଶ ଯାତ୍ରୀଙ୍କର କୌଣସି ପତ୍ତା ମିଳିପାରି ନାହିଁ।
ଏହାମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ସମସ୍ତ ନାଗରିକଙ୍କୁ ୧୯ ଡିସେମ୍ବର ଯାଏଁ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଅପିଲ କରିଛନ୍ତି।

Comments are closed.