ରାଜ୍ୟରେ ରେକର୍ଡ଼ ଭାଙ୍ଗୁଛି କରୋନା : ଆଜି ସର୍ବାଧିକ ୩ ହଜାର ୬୮୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ରେକର୍ଡ଼ ଭାଙ୍ଗୁଛି କରୋନା। ଆଜି ୩୦ ଜିଲାରୁ ସର୍ବାଧିକ ୩ ହଜାର ୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୪୧ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୯୪,୬୬୮କୁ ବୃଦ୍ଧି ପାଇଥିବା ବେଳେ ୬୫,୩୨୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୮,୮୩୬ ସକ୍ରିୟ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୭୫ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୬, ବାଲେଶ୍ୱର ୮୭, ବରଗଡ଼ ୧୫୨, ଭଦ୍ରକ ୫୧, ବଲାଙ୍ଗୀର ୬୮, ବୌଦ୍ଧ ୧୪, କଟକ ୩୬୯, ଦେଓଗଡ଼ ୧୨, ଢେଙ୍କାନାଳ ୬୧, ଗଜପତି ୪୮, ଗଞ୍ଜାମ ୧୭୪, ଜଗତସିଂହପୁର ୪୪, ଯାଜପୁର ୮୮, ଝାରସୁଗୁଡ଼ା ୪୩, କଳାହାଣ୍ଡି ୪୧, କନ୍ଧମାଳ ୩୬, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୫୯, କୋରାପୁଟ ୧୪୦, ମାଲକାନଗିରି ୮୬, ମୟୁରଭଞ୍ଜ ୨୭୨, ନବରଙ୍ଗପୁର ୩୮, ନୟାଗଡ଼ ୧୦୯, ନୂଆପଡ଼ା ୨୩, ପୁରୀ ୧୧୫ , ରାୟଗଡ଼ା ୪୯୫, ସମ୍ବଲପୁର ୧୨୮, ସୋନପୁର ୨୭, ସୁନ୍ଦରଗଡ଼ ୨୭ ଜଣ ଚିହ୍ନଟ ହୋଇଛନ୍ତି।

Comments are closed.